ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୭/୫:ଆସନ୍ତା ଅକ୍ଟୋବରରେ ସାଂଘାଇରେ ବିଶ୍ବ ଦକ୍ଷତା ପ୍ରତିଯୋଗୀତା ଅଛି।ଏହାରିମଧ୍ୟରେ ଓଡ଼ିଶା ଖେଳାଳିଙ୍କ ପାଇଁ ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ସ୍କିଲସ୍‌ କମ୍ପିଟିସନ ବିଜେତାଙ୍କୁ ପୁରସ୍କୃତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୧ କୋଟି, ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ, ବ୍ରୋଞ୍ଜ ପାଇଁ ୨୫ ଲକ୍ଷ ଦିଆଯିବ। ଓ୍ବାର୍ଲଡ ସ୍କିଲସ୍‌ କମ୍ପିଟିସନ୍ ୨୦୨୨ରେ ଓଡ଼ିଶା ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରିବେ।  ସମସ୍ତ ସଫଳ କ୍ରୀଡ଼ାବିତଙ୍କୁ ସାଂଘାଇ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।