ଆରପାରିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ

ଭୁବନେଶ୍ୱର, ୩/୬: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଆଜି ପରଲୋକ ଘଟିଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଛି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଥିଲେ ବିଜୟ ସାହୁ । ଏନେଇ ସାଇ ସ୍କୁଲର ଲୋକ ସଂପର୍କ ଅଧିକାରୀ ଶରତ କର ସୂଚନା ଦେଇଛନ୍ତି। କରୋନା ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ବିଜୟ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ସରକାରୀ ସ୍କୁଲ ଶିକ୍ଷାର ରୂପାନ୍ତରଣରେ ବିଜୟଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହାସହ ପରିବାର, ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀଙ୍କୁ ସମବେଦନା ଜଣାଇଲେ ନବୀନ ।