ବିହାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା

ନୂଆଦିଲ୍ଲୀ,୨୪/୮: ବିହାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ସିହ୍ନା । ଆଜି ନୀତିଶ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ଦେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ବାଚସ୍ପତି।

ବିଧାନସଭାକୁ ସମ୍ବୋଧିତ କରି ଆଜି ବିଜୟ ସିହ୍ନା କହିଥିଲେ ଯେ, ତାଙ୍କ ଉପରେ ଅନେକ ଆରୋପ ଲଗାଯାଇଥିଲା । ସେହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି । ତେବେ ସେ ପୂର୍ବରୁ ମଧ୍ୟ ଇସ୍ତଫା ଦେଇପାରିଥାନ୍ତେ, ହେଲେ ସେ ଏହାର ଜବାବ୍ ଦେବାକୁ ଚାହୁଁଥିଲେ । ତେଣୁ ସେ ଆଜି ବିଧାନସଭାରେ ନିଜର ସମ୍ବୋଧନ ରଖିବା ସହିତ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ବିହାର ବିଧାନସଭାରେ ମହାମେଣ୍ଟ ସରକାରକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା ।