ବଡ ଖବର: ୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୮/୨:୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ଦୋଷୀ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ କୋର୍ଟ ରେ ରାୟ ପ୍ରକାଶ କରିଛନ୍ତି । ୪୯ ଦୋଷୀଙ୍କ ମଧ୍ୟମରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ବାକି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସିରିଜ୍‌ ବୋମା ବିସ୍ଫୋରଣରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ୭୦ମିନିଟ ଭିତରେ ବିଭିନ୍ନ ସ୍ଥାନରେ ୨୧ଟି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।