ଆଜିଠୁ ବିଜେଡି ପକ୍ଷରୁ ଆରମ୍ଭ ହେଲା ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର,୨୩/୦୧: ଆଜିଠୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । ଘରକୁ ଘର ବୁଲି ପରିବାର ସହ ସମ୍ପର୍କ ଯୋଡୁଛନ୍ତି ନେତା ଓ କର୍ମୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା । ପରିବାର ସହ ନେତା ଓ କର୍ମକତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚିିବାକୁ ଲକ୍ଷ୍ୟ ରଖିଛି । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସୁବିଧା ମିଳୁଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚିବେ ।