ପଦ୍ମପୁର ଉପନିର୍ବାଚନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର,୮/୧୨: ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପଦ୍ମପୁରରୁ ଆସିଲା ଷଷ୍ଠ ରାଉଣ୍ଡର ଟ୍ରେଣ୍ଡ । ଷଷ୍ଠ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୩୨୨ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଷଷ୍ଠ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୬୬୮ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୩୬୬ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୨୫ ଭୋଟ ମିଳିଛି ।