ବିଜେଡିରୁ ୬ ଜଣ କର୍ମକର୍ତ୍ତା ନିଲମ୍ବିତ

ଭୁବନେଶ୍ୱର, ୧୮/୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୬ ଜଣ କର୍ମକର୍ତ୍ତା ନିଲମ୍ବିତ ହୋଇଛନ୍ତି । ୬ ଜଣଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡିର ୩ ଓ ବିଜୁ ମହିଳା ଜନତା ଦଳର ୩ କର୍ମକର୍ତ୍ତା ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ସଂପାଦକ ସ୍ଵାକ୍ଷର ରଂଜନ ମହାନ୍ତି ନିଲମ୍ବିତ ହୋଇଥିବା ବେଳେ ସେହିପରି ସଂପାଦକ ଅଶୋକ ରାଜ ଓ ସଂପାଦିକା ରଶ୍ମିରେଖା ଜେନା ବି ଦଳରୁ ନିଲମ୍ବିତ ହୋଇଛନ୍ତି । ଭବନେଶ୍ୱର ମହିଳା ବିଜେଡି ଉପସଭାପତି ଝରଣା ମଲ୍ଲିକ, ସଂପାଦିକା ବୀଣାପାଣି ଦାସ ଓ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ବେହେରା ବି ନିଲମ୍ବିତ ହୋଇଛନ୍ତି ।