ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ

ଭୁବନେଶ୍ବର,୩/୦୪: ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବିଜେଡ଼ି ରାଜ୍ୟ ଉପସଭାପତି ଦାୟିତ୍ବ ସହିତ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଛି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ରାଜ୍ୟ ସଭାପତିଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ପତ୍ରରେ ଉଲ୍ଲେଖ କରାଯାଇଛି।