ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅଚାନକ ମୃତ୍ୟୁ

ଭୁବନେଶ୍ୱର, ୨୯/୧: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ  କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ୮ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ଅଚାନକ ମୃତ୍ୟୁ ହୋଇଛି । ଆଜି ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଏହାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ବିଜେଡି ମହଲରେ ଶୋକର ଛାୟା ଖେଳି ଯାଇଛି । ତେବେ ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ସେହି ଜୋନରୁ ବିଜେଡି ଆଉ କାହାକୁ ଟିକେଟ ଦେବ ସନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।