ଭୁବନେଶ୍ୱର,୨୩/୦୩: ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଆଜିଠୁ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର । ମେଣ୍ଟ ଆଶଙ୍କା ଭିତରେ ଅନେକ ନେତା ଟିକେଟ ପାଇବା ନେଇ ଆଶଙ୍କା ରହିଥିଲା । ଏବେ କିନ୍ତୁ ପଥ ପରିସ୍କାର ହୋଇଥିବାରୁ ଉଭୟ ଦଳର ନେତା ଆଶ୍ୱସ୍ତ । ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳ ଏକାକୀ ଉଭୟ ଲୋକସଭା ଏବଂ ବିଧାନସଭାର ସମସ୍ତ ଆସନରେ ଲଢିବ ବୋଲି ଘୋଷଣା କରିଥିଲେ । ଏହାପରେ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି । ଏହାପରେ ବିଜେଡିର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳ ସମସ୍ତ ଆସନ ପାଇଁ ପ୍ରସ୍ତୁତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ । ଏପରିକି ନିର୍ବାଚନରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଦାବି କରିଛି, ରାଜ୍ୟରେ ସରକାର ଗଢିବେ । ଏବେ କେବଳ ଅପେକ୍ଷା ରହିଲା ବିଜେଡି ଓ ବିଜେପି ସମେତ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ।
With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector.
BJD will contest in all 147 assembly constituencies and all 21 Lok Sabha constituencies with the support of people of…
— Pranab Prakash Das (@pranabpdas) March 22, 2024