BJDର ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି, ଜାଣନ୍ତୁ କେଉଁଥି ପାଇଁ କିଏ

ଭୁବନେଶ୍ୱର, ୧୨/୧: ବିଜେଡିର ସାଂଗଠନିକ ସ୍ତରରେ ଆଜି ନୂଆ ନିଯୁକ୍ତି ଦିଆଯାଇଛି। ବିଜେଡିର ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ମହେଶ ସାହୁ, ପ୍ରଦୀପ ମାଝୀ, ପ୍ରଫୁଲ ମାଝୀ ନିଯୁକ୍ତି ପାଇଥିବା ବେଳେ ଅରିନ୍ଦମ ରାୟ, ଧନୁର୍ଯ୍ୟୟ ସିଦ୍ଧୁ, ଚନ୍ଦ୍ରଶେଖର ମାଝୀ, କୈଳାଶ କୁଲେସିକା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ହୋଇଛନ୍ତି। ବିଶ୍ବରଞ୍ଜନ ମଲ୍ଲିକ, ରମେଶ ଚନ୍ଦ୍ର ପରିଡ଼ା, ପ୍ରଦୀପ ସାହୁ, ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ, ମହେଶ ହେମ୍ବ୍ରମ, ପ୍ରିୟବ୍ରତ ସାମନ୍ତରାୟ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି ।