ରାଜଧାନୀରେ ସାପ ଭଳି ଗାଡି ଚଲେଇବା ପଡିଲା ମହଙ୍ଗା, ୫ଗିରଫ

ଭୁବନେଶ୍ୱର,୧୬/୦୯: ରାଜଧାନୀ ଭୁବନେଶ୍ୱରରେ ସାପ ଭଳି ଗାଡି ଚଲେଇବା ପଡିଲା ମହଙ୍ଗା। ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଜନପଥରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡ଼ାଇ ବେପରୁଆ ଭାବେ ଗାଡି ଚାଳନା କରିଥିଲେ କିଛି ଯୁବକ । ୪ଟି କାର୍ ଧାଡ଼ି ବାନ୍ଧି ରାସ୍ତାରେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଉଥିଲେ । ୪ଟିରୁ ଗୋଟିଏ କାର୍ ଫୁଟ୍ ପାଥ୍ କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।
କିଛି ଯୁବକ କାର୍ ସନ୍ ରୁଫ୍ ଖୋଲି ଉପରେ ବସିବା ସହ ଜୋରରେ ଚିତ୍କାର କରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ୫ ଜଣ ବେପରୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ୨ଟି କାର୍ ଜବତ କରିଛି ।

Leave a Reply

Your email address will not be published. Required fields are marked *