ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ମାର୍କେଟ

ଭୁବନେଶ୍ୱର,୪/୧୦: ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଆଜିଠୁ ହାଟ ଖୋଲିବ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଗୁରୁବାରଠୁ ମଙ୍ଗଳବାର ଯାଏଁ ୬ ଦିନ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଗତକାଲି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବିଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ବ୍ୟବସାୟୀ ସଂଘର ସଭାପତି ସୂଚନା ଦେଇଛନ୍ତି ।