ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ

ଭୁବନେଶ୍ୱର, ୧୬/୧୦: ନଭେମ୍ବର ୨ରୁ ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ବିମାନ ଉଡିବ। ସେହିପରି ଡିସେମ୍ବର ୧ରୁ ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ  ବିମାନ
ସେବା। ସପ୍ତାହରେ ଜୟପୁରକୁ ୩ ଥର ଓ ଗୋଆକୁ ଦୈନିକ  ଇଣ୍ଡିଗୋ ବିମାନ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ।