ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ

ଭୁବନେଶ୍ୱର,୨୯/୧୦: ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ। ଶୁକ୍ରବାର ରାତିରେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ଏହା ଜଣାଯାଇଛି। ସୂଚନା ଯୋଗ୍ୟ ଯେ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ୩୧ତାରିଖରୁ ଏହି ବିମାନସେବା ଆରମ୍ଭ ହେବାକୁ ଥିବା ବେଳେ  କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍‌ରୁ ଅନ୍‌ଲାଇନ୍ ଟିକେଟ କରିଥିବା ସୂଚନା ମିଳିଛି।