୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ

ଭୁବନେଶ୍ୱର,୬/୧୧: ୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ମେଟ୍ରୋ ଟ୍ରେନ୍‌ ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ । ତେବେ ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହି ମେଟ୍ରୋ ଟ୍ରେନ୍‌ର ଉଚ୍ଚତା ଅଧିକ ରହିବ । ସେହିପରି ମେଟ୍ରୋ ଟ୍ରେନ୍‌ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି । ବର୍ତ୍ତମାନ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି । ବିଭିନ୍ନ ସ୍ଥାନରୁ ୫୦/୬୦ ଫୁଟ ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲ୍ୟାବ୍‌ରେ ପରୀକ୍ଷା ହେଉଛି । ଆଗାମୀ ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିବ । ମାଟି ପରୀକ୍ଷା ସରିବା ପରେ ମେଟ୍ରୋ ଟ୍ରେନ୍‌ର ଫାଉଣ୍ଡେସନ୍‌ କାମ ଆରମ୍ଭ ହେବ ।