ପୁଣି ରାଜଧାନୀରେ ବିଭତ୍ସ ହତ୍ୟା, ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ

ଭୁବନେଶ୍ୱର,୨୯/୦୮: ପୁଣି ରାଜଧାନୀରେ ବିଭତ୍ସ ହତ୍ୟା। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳର ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତକ ହେଲେ ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଜଗାଙ୍କ ଝିଆରୀଙ୍କୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକ ତରଫା ଭଲ ପାଉଥିଲେ । ଯାହାକୁ ବିରୋଧ କରୁଥିଲେ ଜଗା । ଏଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ବୀଭତ୍ସ ଭାବେ ହତ୍ୟା କରିଥିବା ପୋଲିସ କହିଛି । ଗତକାଲି ରାତି ୧୨ଟା ବେଳେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲା ।