ଆସନ୍ତା ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବାଲିଯାତ୍ରା

ଭୁବନେଶ୍ୱର,୨୩/୧୧: ଆସନ୍ତା ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ଏହା କୁଆଖାଇ ନଦୀପଠାରେ ହେବ। ବାଲିଯାତ୍ରାରେ ବିଭିନ୍ନ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ହେବ। ଏଥି ସହିତ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ପ୍ରତିଦିନ ହଜାର ହଜାର ଦର୍ଶକ ବାଲିଯାତ୍ରା ସ୍ଥଳକୁ ବୁଲିବାକୁ ଯିବେ। ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ୍, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦିକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଥିଲା ବୋଲି ଭୁବନେଶ୍ବର ବାଲିଯାତ୍ରା କମିଟିର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।