ଆସନ୍ତା ୨୦୨୫ ସୁଦ୍ଧା ଲିଜରେ ଦିଆଯିବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ବର,୧୯/୧୨ : ଆସନ୍ତା ୨୦୨୫ ସୁଦ୍ଧା ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଲିଜରେ ଦିଆଯିବ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ ।

କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜ ସୁତ୍ରେ ଦିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡେନେରାଲ ଭି.କେ.ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।