୭୭ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର, ୧୩/୦୪: ଆଜି ରାଜଧାନୀ ଭୁବନେଶ୍ବରର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ଆଜି ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ଓଡ଼ିଶାର ରାଜଧାନୀ ମାନ୍ୟତା । ୧୯୪୮ ଏପ୍ରିଲ ୧୩ରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ସ୍ମାର୍ଟ ସହରରେ ପରିଣତ ହୋଇଛି ଭୁବନେଶ୍ୱର ।

Leave a Reply

Your email address will not be published. Required fields are marked *