ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୩/୦୬: ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଗିରଫ ହୋଇଛି । ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ଛୁରା ମାଡ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ଜଗତସିଂହପୁର ନାଉଗାଁର ବୈଜୟନ୍ତୀ ସାହୁ । ୮ ଦିନ ହେବ ସେ ରାଜଧାନୀର ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଭାବେ ଚାକିରୀ କରୁଥିଲେ ।ସେଠାରେ ପୂର୍ବରୁ କାମ କରୁଥିବା ଜଣେ ସିକ୍ୟୁରିଟି ରମେଶ ବାରିକ କୌଣସି କଥାକୁ ନେଇ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥଲେ । ବୈଜୟନ୍ତିଙ୍କ ପେଟରେ ଗଭୀର କ୍ଷତ ହୋଇଥିଲେ ବେଳେ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି ।