ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ

ଭୁବନେଶ୍ୱର,୨୨/୦୩: ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ଏନେଇ ସେ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି । ମୁଁ ଦଳରୁ ବାହାରକୁ ଗଲେ ଓଡିଶା ଗଢିପାରିବି । ୧୯୯୭ ମସିହାରେ ଯେଉଁ ଲକ୍ଷ୍ୟ ନେଇ ବିଜେଡି ଗଠନ ହୋଇଥିଲା ତାହାକୁ ପୂରଣ କରିବି ।ତେବେ ବିଜେଡି ଛାଡିବା ପରେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ଭର୍ତ୍ତୁହରି କଟକରୁ ୬ଥର ସାଂସଦ ହୋଇଛନ୍ତି ।