୩ଜଣଙ୍କୁ ମିଳିବ ଭାରତ ରତ୍ନ, ଜାଣନ୍ତୁ ଲିଷ୍ଟରେ କେଉଁମାନେ ଅଛନ୍ତି ସାମିଲ

ନୂଆଦିଲ୍ଲୀ,୯/୦୨: ୩ଜଣଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଏବଂ ପିଭି ନରସିହ୍ମା ରାଓଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଏହା ଘୋଷଣା କରିଛନ୍ତି। ମୋଦି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବାରୁ ଆମ ସରକାର ଭାଗ୍ୟବାନ । କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ସେ ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଦେଶର ଗୃହମନ୍ତ୍ରୀ ହୁଅନ୍ତୁ ଏବଂ ଜଣେ ବିଧାୟକ ଭାବରେ ମଧ୍ୟ ସେ ସର୍ବଦା ଦେଶ ନିର୍ମାଣକୁ ପ୍ରୋତ୍ସାହନ ଦେଇଥିଲେ ।