ଓଡ଼ିଶାରେ ରାହୁଲ ଗାନ୍ଧୀ, ବିରମିତ୍ରପୁରରେ ପହଁଚିଲା ଭାରତ ଯୋଡ ନ୍ୟାୟ ଯାତ୍ରା

ଭୁବନେଶ୍ୱର,୬/୦୨: ଓଡିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ଭାରତ ଯୋଡ ନ୍ୟାୟ ଯାତ୍ରା  ଝଡଖଣ୍ଡରୁ ବାହାରି ଆଜି ସୁନ୍ଦରଗଡର ବୀରମିତ୍ରପୁରରେ ପହଂଚିଛି । ଏହି ଯାତ୍ରା ପହଂଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ସହ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତକୁ ଯୋଡିବା ପାଇଁ ତାଙ୍କର ଏହି ଯାତ୍ରା । ଏହାସହ ଭାରତର ନାଗରିକଙ୍କ ଉପରେ ସରକାରଙ୍କ ଦ୍ୱାରା ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଏହି ଯାତ୍ରା ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି କି, ଦେଶର ସବୁବର୍ଗର ଲୋକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ ।