ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା, ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର,୨୪/୦୭: ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ଗଲା ଦୁଇ ଜଣଙ୍କ ଜୀବନ । ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ସ୍ୱାମୀ ଫେରାର ହୋଇଯାଇଛି । ପରେ ଘଟଣାସ୍ଥଳରେ ଭଣ୍ଡାରୀପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।