ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ

ଭୁବନେଶ୍ୱର,୫/୦୨: ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ସହ ଡକ୍ଟର ଆମ୍ବେଦକର ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଗକୁ ଲୋକାର୍ପଣ ହେବାକୁ ଥିବା ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ନ୍ୟାୟ ପୂର୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଛନ୍ତି । ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ । ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ ।