ସିଲ୍ ହେଲା ବରମୁଣ୍ଡା ପେଟ୍ରୋଲ ପମ୍ପ

ଭୁବନେଶ୍ୱର, ୪/୩: ରାଜ୍ୟରେ ଦିନକୁ ଆକାଶ ଛୁଆଁ ହେବାରେ ପେଟ୍ରୋଲ ଓ ଡିଜେଲ ଦର। ଚିନ୍ତାରେ ଗାଡି ଚାଳକ ମାନେ ଥିବା ବେଳେ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ହେବାର ଜଣାପଡିଥିଲା। ଏହାପରେ ବରମୁଣ୍ଡା ପେଟ୍ରୋଲ ପମ୍ପ ସିଲ୍ କରିଛି ଖଣ୍ଡଗିରି ଥାନା ପୋଲିସ । ଫରେନସିକ ଟିମ୍‌ର ଯାଞ୍ଚ ପରେ ସିଲ୍ ହେଲା ପେଟ୍ରୋଲ ପମ୍ପ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପମିଶ୍ରିତ ପେଟ୍ରୋଲ ବିକ୍ରି ନେଇ ଗତକାଲି ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଥିଲା ।