ରାଜମାରେ ରହିଛି ଏହି ଔଷଧୀୟ ଗୁଣ, ଜାଣନ୍ତୁ

ରାଜମା ଖାଇବାକୁ ଯେମିତି ସ୍ୱାଦିଷ୍ଟ ଲାଗେ ସେହିପରି ଏଥିରେ ବହୁ ଔଷଧୀୟ ଗୁଣ ଭରି ରହିଛି । ଏଥିରେ ଥିବା ଆଇରନ୍, ମ୍ୟାଗ୍ନେସିୟମ ଓ ଫାଇବର ପ୍ରଚୁର ପରିମାଣରେ ଭରି ରହିଛି । ତେବେ ଆସନ୍ତୁ ଜାଣିବା ରାଜମାରେ କେଉଁ ସବୁ ଔଷଧୀୟ ଗୁଣ ଭରି ରହିଛି ।

-ରାଜମାରେ ଥିବ ଆଣ୍ଟିଅକ୍ସିଡ଼େଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
-ରାଜମା ଖାଇବା ଦ୍ୱାରା ଆପଣଙ୍କର ଥିବା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।
-ରାଜମାରେ ଆଇରନ ଭରପୁର ରହିଛି ତେଣୁ ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ।
-ଏହା ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ । ଏହାସହ ନର୍ଭସ ସିଷ୍ଟମକୁ ଠିକ ଭାବେ କାମ କରିବାରେ ସାହାଯ୍ୟ କରିଥାଏ ।