ନଡ଼ିଆ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ନଡ଼ିଆ ଖାଇବା ଦ୍ୱାରା ଆମକୁ ଅନେକ ଫାଇଦା ମିଳିଥାଏ । କାରଣ ନଡ଼ିଆ ଓ ନଡ଼ିଆ ତେଲର ଅନେକ ଚମତ୍କାରୀ ଗୁଣ ରହିଛି ଯାହା ଦ୍ୱାରା ଆମକୁ ଅନେକ ଫାଇଦା ମିଳିଥାଏ। ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ସ୍ମୃତିଶକ୍ତିକୁ ପ୍ରଖର କରିଥାଏ।  ଆସନ୍ତୁ ଜାଣିବା ନଡ଼ିଆ ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

 ନଡ଼ିଆରେ ବାଦାମ, ଅଖରୋଟ ଓ ମିଶିରି ମିଶାଇ ପ୍ରତିଦିନ ଖାଆନ୍ତୁ। ଏଥିରେ ଥିବା ଭଲ କୋଲେଷ୍ଟ୍ରଲ୍‌ ହାର୍ଟକୁ ସୁସ୍ଥ ରଖିଥାଏ

ଅଧିକ ଗରମ ହେଲେ ଯେଉଁ ଲୋକଙ୍କର ନାକରୁ ରକ୍ତ ପଡୁଛି, ସେମାନେ ନଡ଼ିଆରେ ମିଶିରି ମିଶାଇ ଖାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ।

ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ନଡ଼ିଆ ଚୋବାଇ ଖାଆନ୍ତୁ, ଦେଖିବେ ବାନ୍ତି ହେବା ବନ୍ଦ ହୋଇଯିବ।

ମୁହଁରେ ବ୍ରଣ ସମସ୍ୟା ଦେଖା ଦେଉଥିଲେ କାକୁଡ଼ି ରସରେ ନଡ଼ିଆ ପାଣି ମିଶାଇ ମୁହଁରେ ଲଗାଇଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

ପେଟରେ କୃମି ହେଉଥିଲେ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଗ୍ରାଇଣ୍ଡିଂ କରି ଗୋଟିଏ ଚାମଚ ଖାଆନ୍ତୁ। ଏପରି କଲେ ପେଟରେ ଥିବା କୃମି ଖୁବ୍‌ ଶୀଘ୍ର କମିବାର ସମ୍ଭାବନା ଥାଏ।