ପାଳଙ୍ଗ ଜୁସ୍ ପିଇଲେ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

ପାଳଙ୍ଗ ଆମେ କେତେ ଜଣ ଭାଜିକି ଖାଇଥାଉ। ଏହାସହ ଜଣେ ଜଣେ ଡାଲି ରେ ପକାଇ ଖାଇଥାନ୍ତି। ଏହା ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ପାଳଙ୍ଗର ଜୁସ୍‌ ମଧ୍ୟ ପିଇଲେ ଦେହ ଭଲ ରହିବ। ପାଳଙ୍ଗ ରସରେ ଭିଟାମିନ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଏଥିରେ କେରୋଟିନ, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍‌ନେସିୟମ୍, ପୋଟାସିୟମ୍‌, ସୋଡିୟମ୍, ଫସ୍‌ଫରସ ଏବଂ ଆବଶ୍ୟକୀୟ ଆମିନୋ ଏସିଡ୍‌ ରହିଛି । ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଜୁସ ପିଇଲେ କଣ ସବୁ ଫାଇଦା ମିଳିଥାଏ।

ପାଳଙ୍ଗ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବା ସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଥିଲେ ପାଳଙ୍ଗ ଜୁସ୍‌ ପିଇବା ଦ୍ୱରା ଅଧିକ ଲାଭଦାୟକ ହୋଇଥାଏ।

ପାଳଙ୍ଗ ଜୁସ୍‌ ନିୟମିତ ପିଇଲେ ହାଡ଼ ମଜଭୁତ ହୋଇଥାଏ।

ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚା ଦିନକୁ ଦିନ ଉଜ୍ୱଳ ହେବାରେ ଲାଗିଥାଏ।

ପାଳଙ୍ଗରେ ଥିବା କେରୋଟିନ ଓ କ୍ଲୋରୋଫିଲ କ୍ୟାନସର ରୋଗରୁ ରକ୍ଷା କରିଥାଏ।

ପାଳଙ୍ଗ ଖାଇଲେ ଦୃଷ୍ଟି ଶକ୍ତି ବଢ଼ିଥାଏ। ଏହାସହ ହଜମ କ୍ରିୟାକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ଜୁସ୍‌ ପିଇବା ନିହାତି ଆବଶ୍ୟକ।