ଏଣିକି ମୁମ୍ବାଇକୁ ବିମାନ ଓ ରେଳ ଯାତ୍ରା କଲେ କରିବାକୁ ପଡ଼ିବ କରୋନା ଟେଷ୍ଟ

ଭୁବନେଶ୍ୱର, ୨୩/୧୧: ମୁମ୍ବାଇକୁ ବିମାନ ଓ ରେଳ ଯାତ୍ରା କଲେ ଏଣିକି କରୋନା ଟେଷ୍ଟ କରିବାକୁ ପଡ଼ିବ। ଦିଲ୍ଲୀ NCR, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଗଲେ ମଧ୍ୟ ଟେଷ୍ଟ କରିବାକୁ ପଡ଼ିବ । ବିମାନରେ ଯିବାର ୭୨ ଘଣ୍ଟା ପୂର୍ବରୁ ଟେଷ୍ଟ କରିଥିଲେ ମହାରାଷ୍ଟ୍ରକୁ ଯିବାକୁ  ଅନୁମତି ମିିଳିବ । ସେହିପରି ଟ୍ରେନ୍‌ରେ ଯିବାର ୯୬ ଘଣ୍ଟା ପୂର୍ବରୁ ଟେଷ୍ଟ କରିଥିଲେ  ଅନୁମତି ଦିଆଯିବ। ଟେଷ୍ଟ ନ କରି ଯାଇଥିଲେ ମୁମ୍ବାଇରେ ନିଜ ଖର୍ଚ୍ଚରେ ଟେଷ୍ଟ କରିବେ। ଟେଷ୍ଟ ପଜିଟିଭ ଆସିଲେ ସେଠାରେ ରହି ଚିକିତ୍ସିତ ହେବେ।