ଏଣିକି ଯୁକ୍ତ୨ ପରେ B.Ed କରି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୩/୦୩: ଏଣିକି ଯୁକ୍ତ୨ ପରେ B.Ed କରି ପାରିବେ ଛାତ୍ରଛାତ୍ରୀ । ଏନେଇ ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିର୍ଦ୍ଦିଷ୍ଟ ମହାବିଦ୍ୟାଳୟର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ଏପରି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।ଆସିବ ନୂଆ କୋର୍ସ ITEP (Intigreted teacher education programme) । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ ଏଣିକି ଯୁକ୍ତ ୨ ପରେ ହେବ ବିଇଡି ପାଠ ପଢ଼ା । ଏଥିପାଇଁ ଆସିବ ୪ ବର୍ଷର ନୂଆ ITEP କୋର୍ସ ।

 

Leave a Reply

Your email address will not be published. Required fields are marked *