ବିସିସିଆଇ ପକ୍ଷରୁ କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୩/୯: ବିସିସିଆଇ ପକ୍ଷରୁ କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତୀୟ ଦଳ । ଟିମରେ ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଟିମରେ କୋହଲି, ଇଶାନ କିଶନ, ଶୁଭମନ ଗିଲ, ଶ୍ରେୟସ ଅୟର, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କେଏଲ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ସିରାଜ, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ଜସପ୍ରୀତ ବୁମରା ସ୍ଥାନ ପାଇଛନ୍ତି । ଏହି ଅବସରରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଦଳରେ ଅଧିକ ଅଲରାଉଣ୍ଡରଙ୍କୁ ନେବାକୁ ଚାହୁଁଥିଲୁ । ତେଣୁ କିଛି ଭଲ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇପାରି ନାହିଁ । ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ତାଲିକାରୁ ରବିଚନ୍ଦ୍ରନ ଅଶ୍ୱୀନ, ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ ଭଳି ଖେଳାଳି ବାଦ ପଡିଛନ୍ତି ।