ରାଜଧାନୀ ଭୁବନେଶ୍ବରରୁ ଆଜି ୪୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ /୪: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓଡ଼ିଶାରେ ୪୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୭୬ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୮ ଓ ସ୍ଥାନୀୟ ଅଞ୍ଚଳରୁ ୩୮୮ ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ଆଜି ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୨୦୪କୁ ବୃଦ୍ଧି ପାଇଛି। ୩୩୩୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ଏବେ ଭୁବନେଶ୍ୱର ରେ ୩୫୮୫ ଆକ୍ଟିିିଭ କେସ ରହିଛି।