ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ସରିଲା ନାମାଙ୍କନ

ଭୁବନେଶ୍ୱର, ୭/୩: ପୌର ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ ରାଜଧାନୀ  ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଆଜି ଶେଷ ଦିନରେ ୨୩୩ କର୍ପୋରେଟର ଓ ୫ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ହୋଇଥିବା ସୂଚନା ରହିଛି। ମୋଟ ୩୬୭ କର୍ପୋରେଟର ଓ ୧୦ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ।