ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ନବନିର୍ବାଚିତ ବିଧାୟିକା ବର୍ଷା ବରିହା

ଭୁବନେଶ୍ୱର,୯/୧୨: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେଲା ପରେ ବର୍ଷା ସିଂ ବରିହା ଆଜି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚିଛନ୍ତି। ସେଠାରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ସେ ଦଳୀୟ ନେତାଙ୍କ ସହିତ ପହଞ୍ଚିଥିଲେ। ତାଙ୍କ ସହିତ ପଶ୍ଚିମ ଓଡ଼ିଶାର ଜଣାଶୁଣା‌ ନେତାନେତ୍ରୀ ଟୁକୁନି ସାହୁ, ରୀତା ସାହୁ, ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।ନବୀନ ନିବାସରେ ବର୍ଷା ସିଂ ବରିହାଙ୍କୁ ପୁଷ୍ପଗୁଚ୍ଛ ଦେଇ ତୁଙ୍ଗ ନେତାମାନେ ଶୁଭେଚ୍ଛା ଓ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ବର୍ଷା ସିଂ ବରିହା ଆଶୀର୍ବାଦ ନେଇଥିଲେ। ପଦ୍ମପୁରର ବିକାଶ ନେଇ ନବୀନଙ୍କ ଠାରୁ ପରାମର୍ଶ ନେଇଥିଲେ।