ଶପଥ ନେଲେ ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ବର,୧୨/୧୨: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ।ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।