ସୋସିଆଲ ମିଡିଆରେ ପୁଣି ବର୍ଷାଙ୍କୁ ଟାର୍ଗେଟ୍ କଲେ ଅନୁଭବ

ଭୁବନେଶ୍ୱର, ୨୬/୫:ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି ସୋସିଆଲ ମିଡିଆରେ ପୁଣି ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ଅନୁଭବ । ସେ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା କିଛି ଫେକ୍ ଆକାଉଣ୍ଟ ଓ ଫ୍ୟାନ୍ ପେଜ୍ ଖୋଲାଯାଇ ତାହାର ଅପବ୍ୟବହାର କରାଯାଉଛି । ତାଙ୍କୁ ଓ ସତକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର ହେଉଛି । ଏପରି ପୋଷ୍ଟରୁ ଦୂରେଇ ରହିବା ପାଇଁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବର୍ଷାଙ୍କ ବିରୋଧରେ ଅନୁଭବ ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ବର୍ଷା ଫ୍ୟାନ୍ସ କ୍ଲବ ନାଁରେ ଏକାଧିକ ପୋଷ୍ଟ । ଯାହାକୁ ବର୍ଷା ନିଜେ ପରିଚାଳନା କରୁଥିବା ଅନୁଭବ ଅଭିଯୋଗ କରୁଛନ୍ତି ।