ବାରବାଟୀରେ ଦିନିକିଆ ମ୍ୟାଚ, ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଅଧ ଘଣ୍ଟା ଭିତରେ ସରିଲା ଟିକେଟ୍

ଭୁବନେଶ୍ୱର,୨/୦୨: ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଅଧ ଘଣ୍ଟା ଭିତରେ ସରିଯାଇଛି ଟିକେଟ୍ । ଗ୍ୟାଲେରୀ ନମ୍ବର-୨ ଓ ୪ ଟିକେଟ୍ ସୋଲ୍ଡ ଆଉଟ୍ ବା ବୁକିଂ ସରିଥିବା ଦେଖିବାକୁ ମିଳିଛି । ଏପରିକି ଟିକେଟ୍ ପାଇଁ ଯେଉଁ ଆପ୍ ଧାର୍ୟ୍ୟ ହୋଇଛି,  ଯେଉଁମାନେ ଟିକେଟ୍ ବୁକ କରିବାକୁ ଚାହିଁବେ, ସେମାନଙ୍କୁ ୱେଟିଂ ଲିଷ୍ଟରେ ରହିବାକୁ ପଡ଼ୁଛି । ଏହାର ଅର୍ଥ ସେମାନଙ୍କ ନମ୍ବର ଆସିଲା ପୂର୍ବରୁ ଟିକେଟ୍‌ ସରିଯାଇଛି । ଆସନ୍ତା ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଅନଲାଇନରେ ୪ହଜାର ଟିକେଟ୍ ବିକ୍ରି ପାଇଁ ଧାର୍ୟ୍ୟ ହୋଇଥିବା ବେଳେ କିଣିବା ପାଇଁ ଲାଇନରେ ୫୦ହଜାରରୁ ଅଧିକ ଫ୍ୟାନ ।

ଗ୍ୟାଲେରୀ ନମ୍ବର-୨ ଓ ୪ ପାଇଁ ୯୦୦ ଟଙ୍କା ଏବଂ ୭ ନମ୍ବର ପାଇଁ ୭୦୦ ଟଙ୍କା ରଖାଯାଇଛି । ସେହିପରି ସ୍ପେଶାଲ ଏନକ୍ଲୋଜର ପାଇଁ ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ପାଇଁ ୮ ହଜାର ଟଙ୍କା ଏବଂ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଧାର୍ୟ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *