ଭୁବନେଶ୍ୱର, ୨୦/୦୨: ବିଜେଡି ନେତା ବାପି ସର୍ଖେଲଙ୍କ ନାଁରେ ଏତଲା ରୁଜୁ ହୋଇଛି । ଶତାଧିକ ଡିଏଲଆର ଶ୍ରମିକମାନଙ୍କୁ ସାଥିରେ ନେଇ ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ। ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ସଂଘ ଅଫିସ ଚାବି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫେରସ୍ତ ନେଇ ବାପି ସାର୍ଖେଲ ଓ ସମିର ବିଶ୍ୱାଳଙ୍କ ନାଁରେ ଏତଲା ଦିଆଯାଇଛି ।
୨୦୧୩ରେ ଶ୍ରମିକ ନେତା ବାପି ସାର୍ଖେଲ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ସମସ୍ୟା ସମାଧାନ ନହେବାରୁ ଗତ ସେପ୍ଟେମ୍ୱରରେ ପ୍ରକାଶ ତ୍ରିପାଠୀଙ୍କୁ ନୂଆ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ତେବେ ପାରାଦୀପ ବନ୍ଦର ତରଫରୁ ପୋର୍ଟ ଡିଏଲଆର ସଂଘକୁ ଦିଆଯାଇଥିବା ଅଫିସ ଗୃହର ଚାବି ସହ ବିଭିନ୍ନ କାଗଜପତ୍ର ଫେରାଉ ନଥିବାରୁ ତାଙ୍କ ନାଁରେ ଏତଲା ହୋଇଛି ।