ପଞ୍ଚୁକ ବ୍ରତର ଦ୍ଵିତୀୟ ଦିନ, ବାଙ୍କଚୁଡା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଭୁବନେଶ୍ୱର,୧୩/୧୧: କାର୍ତ୍ତିକ ମାସ ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ଗତକାଲି ପ୍ରଥମ ଦିନ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ଦର୍ଶନ କରିବେ । ଭକ୍ତଙ୍କ ଭିଡ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ଲଗାଯାଇଛି ବ୍ୟାରିକେଡ । ହଜାର ହଜାର ଭକ୍ତ ରତ୍ନବେଦୀରେ ଶ୍ରୀଜୀଉଙ୍କ ଚିତ୍ତାକର୍ଷକ ବେଶ ଦର୍ଶନ କରୁଛନ୍ତି। ଦର୍ଶନ ସମୟରେ ଧଡା ପକାଯାଇ ପର୍ଯ୍ୟାୟ କ୍ରମେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *