ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ । ପଶ୍ଚିମ ଓଡିଶାର ଗଣପର୍ବକୁ ଆଖିରେ ରଖି ବନ୍ଦ ରହିବ ବ୍ୟାଙ୍କ । ରାଜ୍ୟ ରାଜସ୍ୱ ବିଭାଗ ଏହି ବଡ ଘୋଷଣା କରିଛି । ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାନ ଏହି ଦିନ ବନ୍ଦ ରହିବ । ସୂଚାନଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ନୂଆଁଖାଇ ପର୍ବ ରହିଛି । ଏଥିପାଇଁ ଏହି ବଡ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ନୂଆଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିବା ବେଳେ ଗାଁ ଓ ସହରରେ ଘରେ ଘରେ ଲୋକେ ନୂଆଖାଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।