ଭୁବନେଶ୍ୱର,୧୭/୦୩: ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ । କାରଣ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ୍ କର୍ମଚାରୀ । ତେଣୁ ମୋଟ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଏହି ବନ୍ଦ ଡାକରା ଦେଇଛି । ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ସ ।