ବଦଳାଇ ପାରିବେ ବ୍ୟାଙ୍କ, ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି

ନୂଆଦିଲ୍ଲୀ,୯/୦୭: ବଦଳାଇ ପାରିବେ ଆପଣଙ୍କ ବ୍ୟାଙ୍କ। ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି , ଠିକ ସେହିପରି ଆଗକୁ ଡ଼େବିଟ ଓ କ୍ରେଡିଟ କାର୍ଡ଼ରେ ମଧ୍ୟ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଅକ୍ଟୋବର ମାସରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବ । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର କାର୍ଡ ନେଟୱର୍କ ଚୟନ କରିପାରିବେ । ଗ୍ରାହକମାନେ ସେମାନଙ୍କ ଭିତରୁ ନିଜ ପସନ୍ଦର ସଂସ୍ଥା ଚୟନ କରିପାରିବେ ।