OPWHCର ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

ଭୁବନେଶ୍ୱର, ୧୦/୧୧: OPWHCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆଜି ଫ୍ରିଜ୍‌ କରାଯାଇଛି। ପ୍ରତାପଙ୍କ ନାଁରେ ୨୫ଟି ପ୍ଲଟ ଯାହାର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ରହିଛି। ସେହିପରି।ଗୋଠପାଟଣାରେ ଥିବା କୋଠାର ଦାମ ୩.୮୯ କୋଟି ଟଙ୍କା। ନିଜର ଓ ପରିବାର ନାଁରେ ବ୍ୟାଙ୍କରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ଓ ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମା ପଇଠ ହୋଇଛି।

ଅନ୍ୟପଟେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ଭିଜିଲାନ୍ସ ଆଜି ଗିରଫ କରାଯାଇଥିବା ସୂଚନା ରହିଛିି। ସୂଚନାଯୋଗ୍ୟ ଯେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ ସାମଲଙ୍କ ୧୧ଟି ସ୍ଥାନରେ ମାରାଥନ ୨୨ ଘଣ୍ଟା ଧରି ଚଢ଼ାଉ କରିଥିଲା ଭିଜିଲାନ୍ସ ।