ପୁରୀରୁ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮/୫: ପୁରୀରୁ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ଏହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ଘଣ୍ଟାରେ ପୁରୀରୁ ଯାଇ ହାୱାଡାରେ ପହଞ୍ଚିବ । ଉଦଘାଟନୀ ଉତ୍ସବରେ ପୁରୀ ଷ୍ଟେସନରେ ଉପସ୍ଥିତ ଥିଲେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ।ପଶ୍ଚିମବଙ୍ଗ ପାଇଁ ଏହା ହେବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହୋଇଥିଲା । ଏହି ଟ୍ରେନ୍ ପାଖାପାଖି ୫୦୦ କିଲୋମିଟରର ଦୂରତା ସାଢ଼େ ୬ ଘଂଟାରେ ଅତିକ୍ରମ କରିବ । ବନ୍ଦେ ଭାରତ ଏକ୍ସପ୍ରେସ୍ର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।