ଦୀର୍ଘ ଦେଢ଼ ମାସ ପରେ ମହାପ୍ରଭୁଙ୍କ ହେଲା ବନକଲାଗି ନୀତି

ଭୁବନେଶ୍ୱର,୧୦/୮: ଦୀର୍ଘ ଦେଢ଼ ମାସ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଛି। ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ମହାପ୍ରଭୁ ବନକଲାଗି ହୋଇପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକ୍ରମେ ବୁଧବାର ହିଁ ଦତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି । ବନକଲାଗି ପାଇଁ ଗତକାଲି ଅପରାହ୍ନ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା । ଗତକାଲି ଅପରାହ୍ନ ୪ଟା ୧୫ରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା ।