ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ, ୧୭/୨: ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ବେଶ ଓ ନୀତି ରହିଛି। ତନ୍ମଧ୍ଯରୁ ସେହିପରି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି କରାଯାଉଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ମହାପ୍ରଭୁଙ୍କ ସ୍ୱତନ୍ତ୍ର ବନକଲାଗି ନୀତି ଥିବାରୁ ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି।