ନଭେମ୍ବର ୨୭ରୁ ଡିସେମ୍ବର ୪ ଯାଏଁ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୪/୧୦: ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଚଳିତବର୍ଷ ଓରମାସର ଷ୍ଟଲ୍ ସଂଖ୍ୟା ୪ଶହକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜୀକାରେ ସ୍ଥାନୀତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବାଲିଯାତ୍ରାକୁ ସୁରକ୍ଷିତ ତଥା ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା, ଅତିରିକ୍ତ ଫୋର୍ସ ନିୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି ।