ଓଆରଏଚଡିସି ଦୁର୍ନୀତି ମାମଲାରେ ପିୟୂଷ ମହାନ୍ତିଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୬/୧୦:ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମେଟ୍ରୋ ବିଲଡର ନିର୍ଦ୍ଦେଶକ ପିୟୂଷ ଧାରୀ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ଦଣ୍ଡାଦେଶକୁ ବିରୋଧ କରି ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏହାସହ ତାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିମ୍ନ ଆଦଲତଙ୍କ ଜରିମାନା ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଆରଏଚଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା।